Shubhapallaba - ଶୁଭପଲ୍ଲବ - शुभपल्लब

Sangram Keshari Senapati

Shubhapallaba is an Odia magazine and book publishing company established in 2018. The e-magazines of Shubhapallaba releases every month and the secondary magazine Shubhodaya releases on every Odia Sankranti. In 2018, Shubhapallaba started shared its podcasts in video format on YouTube. read less
ArtsArts

Episodes

Mun Alaka Ashram Kahuchhi (ମୁଁ ଅଳାକା ଆଶ୍ରମ କହୁଛି) | Written by Debendra Nath Rout and Presented by Padmabati Dwibedi
31-10-2022
Mun Alaka Ashram Kahuchhi (ମୁଁ ଅଳାକା ଆଶ୍ରମ କହୁଛି) | Written by Debendra Nath Rout and Presented by Padmabati Dwibedi
ନମସ୍କାର, ବର୍ତ୍ତମାନରେ ତା'ର ସ୍ଥିତି ନାହିଁ ସତ କିନ୍ତୁ ବିସ୍ତୃତି ରହିଛି ଇତିହାସର ପୃଷ୍ଠାରେ । ଶହେ ବର୍ଷରେ ପଦାର୍ପଣ କରିଥିବା ଓଡ଼ିଶାରେ ସ୍ଵାଧୀନତା ସଂଗ୍ରାମୀଙ୍କ ଅନ୍ତୁଡ଼ିଶାଳ ଅଳକା ଆଶ୍ରମ କହୁଛି ତାହାର ଅନ୍ତରର କଥା। ଆସନ୍ତୁ, ଦୁଇ ମିନିଟ୍ ସମୟ ଦେଇ ଏହି ପବିତ୍ର ପୀଠର କଥା ଶୁଣିବା । Alaka Ashram is referred to as the Shabarmati of Odisha, continued to be the State's bastion of independence. Activities of Alaka Ashram also attracted the nation's attention during Bhoodan Moment. Here is a small podcast by Debendra Nath Rout and Padmavati Dwibedi on completing the 100th year of the Alaka Ashram. ଶୀର୍ଷକ: ମୁଁ ଅଳାକା ଆଶ୍ରମ କହୁଛି (Mun Alaka Ashram Kahuchhi) ରଚନା: ଦେବେନଦ୍ର ନାଥ ରାଉତ (Debendra Nath Rout) ଉପସ୍ଥାପନା: ପଦ୍ମାବତୀ ଦ୍ୱିବେଦୀ (Padmabati Dwibedi) This podcast is edited by Sangram Keshari Senapati from Shubhapallaba team (ShubhaVani). For more audio stories, visit radio.shubhapallaba.in
Biography of Veer Surendra Sai (ବୀର ସୁରେନ୍ଦ୍ର ସାଏଙ୍କ ଜୀବନି)
23-01-2022
Biography of Veer Surendra Sai (ବୀର ସୁରେନ୍ଦ୍ର ସାଏଙ୍କ ଜୀବନି)
ଯଦିଓ ୧୮୫୭ ମସିହାର ସିପାହୀ ବିଦ୍ରୋହକୁ ପଲାସୀ ଯୁଦ୍ଧପରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଗଣନା କରାଯାଏ, କିନ୍ତୁ ଏହାର ୩୦ ପୂର୍ବରୁ ଜଣେ ଅଗ୍ରଣୀ ନେତା ଇଂରେଜମାନଙ୍କ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଏହି ବୀର ଜଣଙ୍କ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବୀର ସୁରେନ୍ଦ୍ର ସାଏ । ଆଜିର ଦିନରେ ଅର୍ଥାତ ୨୩ ଜାନୁଆରୀ ୧୮୦୯ ମସିହାରେ ସମ୍ବଲପୁରଠାରେ ଜନ୍ମଗ୍ରହଣ କରିଥିବା ସୁରେନ୍ଦ୍ର ସାଏ ୧୮୨୭ ମସିହାରେ ସମ୍ବଲପୁରର ଉତ୍ତରାଧିକାରୀ ପଦକୁ ନେଇ ଇଂରେଜମାନଙ୍କ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ସୁରେନ୍ଦ୍ର ସାଏଙ୍କ ଅନୁଗାମୀମାନେ ଧନୁଶର ଧରି ଗରିଲା ଯୁଦ୍ଧରେ ଇଂରେଜମାନଙ୍କୁ ଅସ୍ତବ୍ୟସ୍ତ କରାପାଇଥିଲେ । ଏହି ଆନ୍ଦୋଳନ ୧୩ ବର୍ଷ ଯାଏଁ ଚାଲିଥିଲା । ୧୮୪୦ ମସିହାରେ ସୁରେନ୍ଦ୍ର ସାଏ ଇଂରେଜମାନଙ୍କ ହାତରେ ବନ୍ଦୀହେବାରୁ ଏହି ଆନ୍ଦୋଳନର ଯବନିକା ପଡ଼ିଥିଲା ।  ସୁରେନ୍ଦ୍ର ସାଏଙ୍କୁ ମାତ୍ର ପାଞ୍ଚ ବର୍ଷର ଜେଲ୍ ଦଣ୍ଡ ଦିଆଯାଇଥିଲେ ମଧ୍ୟ ତାଙ୍କର ଦଣ୍ଡ ଅବଧି ଶେଷ ହେବାପରେ ବି ତାଙ୍କୁ ଇଂରେଜମାନେ ମୁକ୍ତ କରିନଥିଲେ, କିନ୍ତୁ ୧୮୫୭ ମସିହାର ସିପାହୀ ବିଦ୍ରୋହ ସମୟରେ କିଛି ରାମଗଡ଼ର କିଛି ଜବାନମାନେ ଜେଲ୍ ଭାଙ୍ଗି ସାଏଙ୍କ ସମେତ ୩୨ ଜଣଙ୍କୁ ମୁକ୍ତ କରିଥିଲେ । ୧୭ ବର୍ଷ ପରେ ମୁକ୍ତ ହୋଇଥିବା ସାଏଙ୍କୁ ଧରାଇଦେବାପାଇଁ ଇଂରେଜ ସରକାର ସେ ସମୟରେ ୨୫୦ ଟଙ୍କାର ମୁଣ୍ଡ ଜାମିନ ମଧ୍ୟ ରଖିଥିଲେ ।  ମୁକ୍ତିପରେ ସୁରେନ୍ଦ୍ର ସାଏ ପୁଣିଥରେ ସମ୍ବଲପୁରବାସୀଙ୍କୁ ମେଳି କରି ପୁନର୍ବାର ପାହାଡ଼ ଉହାଡ଼ରେ ଲୁଚିରହି ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ ଚଳାଇଥିଲେ । ସେ ସମୟରେ ଇଂରେଜାମାନଙ୍କର ଆଧୁନିକ ଯନ୍ତ୍ରପାତି ଆଗରେ ସମ୍ବଲପୁରବାସୀଙ୍କ ଧନୁତୀର, ବର୍ଚ୍ଛା, ଖଣ୍ଡା, ନିଆଁଧରା ବନ୍ଧୁକ ଆଦି ବିଶେଷ କିଛି କାମ ଦେବ ନାହଁ ବୋଲି ସେ ଗରିଲା ଯୁଦ୍ଧର ଆଶ୍ରୟ ନେଇଥିଲେ । ପରବର୍ତ୍ତୀ ସମୟରେ ୧୯୬୨ ମସିହାରେ ଇଂରେଜ ମେଜର ଇମ୍ପେଙ୍କ ଶାନ୍ତିପୂର୍ଣ୍ଣ ଆହ୍ୱାନକ୍ରମେ ସୁରେନ୍ଦ୍ର ସାଏ ଆତ୍ମସମର୍ପଣ କରି ସ୍ୱଭାବିକ ଜୀବନ ବଞ୍ଚିବା ଆରମ୍ଭ କରିଥିଲେ । କିନ୍ତୁ ଇମ୍ପଙ୍କ ମୃତ୍ୟୁପରେ ୧୯୬୪ ମସିହାରେ ସୁରେନ୍ଦ୍ର ସାଏଙ୍କୁ ଶୋଇଥିବା ଅବସ୍ଥାରେ ଗିରିଫ କରାଯାଇଥିଲା ଏବଂ ତାଙ୍କୁ ଆଜୀବନ କାରବାସ ଦିଆଯାଇଥିଲା । ୧୮୮୪ ମସିହାର ଫେବୃଆରୀ ମାସ ୨୮ ତାରିଖରେ ସୁରେନ୍ଦ୍ର ସାଏ ଆଜୀବନ କାରାବାସ କାଟୁଥିବାବେଳେ ଅସୁରଗଡ଼ ଦୁର୍ଗରେ ମୃତ୍ୟୁବରଣ କରିଥିଲେ ।