Gapufy

Sangram Keshari Senapati

Gapufy is the official podcast by Indian writer and entrepreneur Sangram Keshari Senapati. Here you can listen to different stories, poems, and some biographies from Sangram. read less
Society & CultureSociety & Culture

Episodes

Women's Day (ମହିଳା ଦିବସ) - Gapufy: A Podcast by Sangram Keshari Senapati
08-03-2022
Women's Day (ମହିଳା ଦିବସ) - Gapufy: A Podcast by Sangram Keshari Senapati
କାହିଁ କେଉଁ ଆବାହ‌ମାନ କାଳରୁ ନାରୀକୁ ଆମେ ଆଦି ଶକ୍ତି ରୂପେ ପୂଜା କରି ଆସୁଛେ । ଆମେ ସଭିଏଁ ଜାଣିନ୍ତି ଯେ, ନାରୀ ହିଁ ହେଉଁ ଆମ ସଭିଙ୍କର ସୃଷ୍ଟିକାରୀ ଆଉ ସେ ବି ଦରକାର ପଡ଼ିଲେ ସାଜିଥାଏ ସଂହାରକାରୀ । ଯେତେବେଳେ ଦୁନିଆରେ ପାପର ଭାର ବଢ଼ିଯାଇଥିଲା ସେତେବେଳେ ବି ସେହି ଅତ୍ୟାଚାରୀ ଅସୁର ମହିଷାସୁରକୁ ବଦ୍ଧ କରିବାକୁ ଦେବୀ ଦୁର୍ଗାଙ୍କର ଆବାହ‌ନ କାରାଯାଇଥିଲା । ନାରୀ ଶକ୍ତି ବିଷୟରେ ସଭିଙ୍କୁ ମନେ ପକାଇଦେବା ପାଇଁ ଆମେ ସବୁବେଳେ ଦୁର୍ଗାପୂଜା ଏବଂ କାଳୀପୂଜା ବ‌ହୁ ଆଡ଼ମ୍ବର ସ‌ହ ପାଳନ କରିଆସୁଛୁ । ନାରୀ କେବେ ବି ଅବଳା ନୁହେଁ କି ଦୂର୍ବଳା ନୁହେଁ । ତା'ର ଜଳ୍ୱନ୍ତ ଉଦାହରଣ ହେଉଛନ୍ତି ଦେବୀ ଦୂର୍ଗା, ଆଦି ଶକ୍ତି ମା' ମହାମାୟା । ସେହିଭଳି ଆମ ଇତିହାସ ମଧ୍ୟ ଅନେକ ପାରଙ୍ଗମା ନାରୀଙ୍କୁ ସାଇତିଛି ତା'ର ପୃଷ୍ଠାମାନଙ୍କରେ । ଝାନ୍ସୀର ରାଣୀ ଲକ୍ଷ୍ମୀବାଈ ହୁଅନ୍ତି କି କାକତୀୟ ସାମ୍ରାଜ୍ୟର ରାଣୀ ରୁଦ୍ରମା ଦେବୀ ହୁଅନ୍ତୁ, ସେମାନେ ଦୁର୍ବଳା କିମ୍ବା ଅବଳା ନୁହ‌ନ୍ତି । ସେମାନେ ମଧ୍ୟ ହସ୍ତରେ ଖଡ୍ଗ ଧରି ସମ୍ମୁଖ ଯୁଦ୍ଧ କରିଥିଲେ ତା'ର ଶତୃମାନଙ୍କ ସ‌ହ । ଆମର ସମାଜରେ ଥିବା ନାରୀ ମଧ୍ୟ ଦୁର୍ବଳ ନୁହ‌ନ୍ତି । ଯେଉଁମାନେ ତାଙ୍କୁ ଦୁର୍ବଳ ଭାବୁଛନ୍ତି, ସେମାନେ କରୁଥିବା କାମକୁ ଗୋଟିଏ ଦିନ କରିଦେଖନ୍ତୁ, ଆପଣମାନେ ବି ଜାଣିଯିବେ ସେମାନେ କ'ଣ । ସେମାନଙ୍କୁ ଦୁର୍ବଳ କରିଦେଇଛି ଆମର ଏହି ସମାଜ ଏବଂ ଏହି ସମାଜରେ ଚଳିଆସୁଥିବା ପରମ୍ପରା । ଯେମିତି ହାତୀକୁ ଛୋଟବେଳୁ ସର୍କସରେ ବାନ୍ଧି ରଖିବା ଦ୍ୱାରା ତା' ମନରେ ଏକ ଭୟ ଆସିଯାଇଥାଏ ଏବଂ ସେ ମହାଶକ୍ତିଶାଳୀ ହେବା ପରେ ମଧ୍ୟ ସେ ଶୀକୁଳୀକୁ ଖୋଲିବାକୁ ସାହାସ କରେନି । ସେହିଭଳି ଆମ ସମାଜରେ ନାରୀମାନେ ମଧ୍ୟ ସେହି ପୁରୁଣା ପରମ୍ପରାକୁ ସମ୍ମାନ ଦେଖାଇ ନିଜକୁ ଦୁର୍ବଳ ବୋଲି ମନେ କରୁଛନ୍ତି । କେହି ଯଦି ଏହି କଥାର ପ୍ରତିବାଦ କରୁଛି, ତା'ହେଲେ ଅନେକ ଶକ୍ତି ସେହି ଗୋଟିଏ ଶକ୍ତିକୁ ଚାପିଦେବାର ପ୍ରଚେଷ୍ଟା କରୁଛି । ନାରୀକୁ ସମ୍ମାନ ଦେବାପାଇଁ  ମାର୍ଚ୍ଚ ୮ରେ ଗୋଟିଏ ଦିନ ମହିଳା ଦିବସ ପାଳନ କରିଦେଲେ ହେବନାହିଁ, ପ୍ରତ୍ୟେକ ଦିନ ଏହି ଦିବସ ମନରେ ପାଳିବା ଦରକାର ।
Biography of Atal Bihari Bajpai (ଅଟଳ ବିହାରୀ ବାଜପେୟୀଙ୍କ ଜୀବନି) : An Odia Podcast by Sangram Keshari Senapati
25-12-2021
Biography of Atal Bihari Bajpai (ଅଟଳ ବିହାରୀ ବାଜପେୟୀଙ୍କ ଜୀବନି) : An Odia Podcast by Sangram Keshari Senapati
ଅଟଳ ବିହାରୀ ବାଜପେୟୀ ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଗ୍ୱାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ବାଜପେୟୀଙ୍କ ପିତା କୃଷ୍ଣବିହାରୀ ବାଜପେୟୀ ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାର ପ୍ରାଚୀନ ବଟେଶ୍ୱରର ମୂଳନିବାସୀ । କୃଷ୍ଣବିହାରୀ ଜଣେ କବି ଓ ସେ ନିଜ ଗାଁରେ ଶିକ୍ଷକତା କାର୍ଯ୍ୟ କରୁଥିଲେ । ବାଜପେୟୀଙ୍କ ମାତାଙ୍କ ନାମ ଥିଲା କୃଷ୍ଣା ବାଜପେୟୀ । ମହାତ୍ମା ରାମଚନ୍ଦ୍ର ବୀରଙ୍କଦ୍ୱାରା ରଚିତ ଅମର କୃତି ‘ବିଜୟ ପତାକା’ ପଢ଼ି ବାଜପେୟୀଙ୍କ ଜୀବନର ଗତି ବଦଳି ଯାଇଥିଲା । ସେ ସ୍ନାତକ ଡିଗ୍ରୀ ଗ୍ୱାଲିୟରର ଭିକ୍ଟୋରିଆ କଲେଜ (ବର୍ତ୍ତମାନ ଲକ୍ଷ୍ମୀବାଈ କଲେଜ)ରୁ ପ୍ରାପ୍ତ କରିଥିଲେ । ଛାତ୍ର ଜୀବନରେ ସେ ଆରଏସ୍‍ଏସ୍‍ର ସ୍ୱୟଂସେବକ ହୋଇଥିଲେ ଏବଂ ସେବେଠାରୁ ରାଷ୍ଟ୍ରୀୟସ୍ତରୀୟ ତର୍କ ପ୍ରତିଯୋଗିତାରେ ଭାଗ ନେଉଥିଲେ । ସେ କାନପୁରର ଡିଏଭି କଲେଜରୁ ରାଜନୀତି ବିଜ୍ଞାନରେ ଏମ୍‍ଏ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏମ୍‍ଏ ପରେ ପରେ ସେ କାନପୁରରେ ଏଲ୍‍ଏଲ୍‍ବି ପଢ଼ା ଆରମ୍ଭ କରିଥିଲେ । ତେବେ ମଝିରୁ ପାଠପଢ଼ା ଛାଡ଼ି ସଂଘ କାର୍ଯ୍ୟରେ ନିଷ୍ଠାର ସହ ଲାଗିଥିଲେ । ତଥ୍ୟ ସଂଗ୍ରହ: ଓଡ଼ିଆ ଉକିପିଡ଼ିଆ (Odia Wikipedia) ସୌଜନ୍ୟ: ସମ୍ବାଦ ଓଡ଼ିଆ ଖବର କାଗଜ ଉପସ୍ଥାପନା/ସମ୍ପାଦନା: ସଂଗ୍ରାମ କେଶରୀ ସେନାପତି (Sangram Keshari Senapati)