କାହିଁ କେଉଁ ଆବାହମାନ କାଳରୁ ନାରୀକୁ ଆମେ ଆଦି ଶକ୍ତି ରୂପେ ପୂଜା କରି ଆସୁଛେ । ଆମେ ସଭିଏଁ ଜାଣିନ୍ତି ଯେ, ନାରୀ ହିଁ ହେଉଁ ଆମ ସଭିଙ୍କର ସୃଷ୍ଟିକାରୀ ଆଉ ସେ ବି ଦରକାର ପଡ଼ିଲେ ସାଜିଥାଏ ସଂହାରକାରୀ । ଯେତେବେଳେ ଦୁନିଆରେ ପାପର ଭାର ବଢ଼ିଯାଇଥିଲା ସେତେବେଳେ ବି ସେହି ଅତ୍ୟାଚାରୀ ଅସୁର ମହିଷାସୁରକୁ ବଦ୍ଧ କରିବାକୁ ଦେବୀ ଦୁର୍ଗାଙ୍କର ଆବାହନ କାରାଯାଇଥିଲା । ନାରୀ ଶକ୍ତି ବିଷୟରେ ସଭିଙ୍କୁ ମନେ ପକାଇଦେବା ପାଇଁ ଆମେ ସବୁବେଳେ ଦୁର୍ଗାପୂଜା ଏବଂ କାଳୀପୂଜା ବହୁ ଆଡ଼ମ୍ବର ସହ ପାଳନ କରିଆସୁଛୁ ।
ନାରୀ କେବେ ବି ଅବଳା ନୁହେଁ କି ଦୂର୍ବଳା ନୁହେଁ । ତା'ର ଜଳ୍ୱନ୍ତ ଉଦାହରଣ ହେଉଛନ୍ତି ଦେବୀ ଦୂର୍ଗା, ଆଦି ଶକ୍ତି ମା' ମହାମାୟା । ସେହିଭଳି ଆମ ଇତିହାସ ମଧ୍ୟ ଅନେକ ପାରଙ୍ଗମା ନାରୀଙ୍କୁ ସାଇତିଛି ତା'ର ପୃଷ୍ଠାମାନଙ୍କରେ । ଝାନ୍ସୀର ରାଣୀ ଲକ୍ଷ୍ମୀବାଈ ହୁଅନ୍ତି କି କାକତୀୟ ସାମ୍ରାଜ୍ୟର ରାଣୀ ରୁଦ୍ରମା ଦେବୀ ହୁଅନ୍ତୁ, ସେମାନେ ଦୁର୍ବଳା କିମ୍ବା ଅବଳା ନୁହନ୍ତି । ସେମାନେ ମଧ୍ୟ ହସ୍ତରେ ଖଡ୍ଗ ଧରି ସମ୍ମୁଖ ଯୁଦ୍ଧ କରିଥିଲେ ତା'ର ଶତୃମାନଙ୍କ ସହ । ଆମର ସମାଜରେ ଥିବା ନାରୀ ମଧ୍ୟ ଦୁର୍ବଳ ନୁହନ୍ତି । ଯେଉଁମାନେ ତାଙ୍କୁ ଦୁର୍ବଳ ଭାବୁଛନ୍ତି, ସେମାନେ କରୁଥିବା କାମକୁ ଗୋଟିଏ ଦିନ କରିଦେଖନ୍ତୁ, ଆପଣମାନେ ବି ଜାଣିଯିବେ ସେମାନେ କ'ଣ । ସେମାନଙ୍କୁ ଦୁର୍ବଳ କରିଦେଇଛି ଆମର ଏହି ସମାଜ ଏବଂ ଏହି ସମାଜରେ ଚଳିଆସୁଥିବା ପରମ୍ପରା । ଯେମିତି ହାତୀକୁ ଛୋଟବେଳୁ ସର୍କସରେ ବାନ୍ଧି ରଖିବା ଦ୍ୱାରା ତା' ମନରେ ଏକ ଭୟ ଆସିଯାଇଥାଏ ଏବଂ ସେ ମହାଶକ୍ତିଶାଳୀ ହେବା ପରେ ମଧ୍ୟ ସେ ଶୀକୁଳୀକୁ ଖୋଲିବାକୁ ସାହାସ କରେନି । ସେହିଭଳି ଆମ ସମାଜରେ ନାରୀମାନେ ମଧ୍ୟ ସେହି ପୁରୁଣା ପରମ୍ପରାକୁ ସମ୍ମାନ ଦେଖାଇ ନିଜକୁ ଦୁର୍ବଳ ବୋଲି ମନେ କରୁଛନ୍ତି । କେହି ଯଦି ଏହି କଥାର ପ୍ରତିବାଦ କରୁଛି, ତା'ହେଲେ ଅନେକ ଶକ୍ତି ସେହି ଗୋଟିଏ ଶକ୍ତିକୁ ଚାପିଦେବାର ପ୍ରଚେଷ୍ଟା କରୁଛି ।
ନାରୀକୁ ସମ୍ମାନ ଦେବାପାଇଁ ମାର୍ଚ୍ଚ ୮ରେ ଗୋଟିଏ ଦିନ ମହିଳା ଦିବସ ପାଳନ କରିଦେଲେ ହେବନାହିଁ, ପ୍ରତ୍ୟେକ ଦିନ ଏହି ଦିବସ ମନରେ ପାଳିବା ଦରକାର ।